Hamsaduta

by Goswami, Rupa
ISBN: 9781645605294
Availability:
  • Online Only
$14.00

Available Offers


Pickup at {0} Out of stock at {0} Check other stores
FREE -
Ship to Me
$3.99 -

Overview

'ହଂସଦୂତ' ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର 'ମେଘଦୂତ'ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍รดଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା'ର ଅନ୍ତରରେ ନିଗୂଢ଼ ସତ୍ୟ ରୂପାୟିତ ହୋଇଛି ଦେବତାଙ୍କ ଉଦ୍ଦେଶ୍ୟରେ ଗୁନ୍ଥା ସେହି ପ୍ରେମର ପୁଷ୍ପ-ମାଳାରେ । ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ପ୍ରେମ-କାବ୍ୟର ସେହି ଖଣିରେ ଲୁଚି ରହିଛି ମଣିଷ ପ୍ରାଣର କଥା ।

ରୂପ ଗୋସ୍ୱାମୀଙ୍କର 'ହଂସଦୂତ' ସେହି ପ୍ରେମକାବ୍ୟର ଗୋଟିଏ ଶ୍ରେଷ୍ଠ ନିଦର୍ଶନ । ଉଲ୍ଲିଖିତ ଦୂତକାବ୍ୟଗୁଡ଼ିକ ମଧ୍ୟରେ 'ହଂସଦୂତ' ବେଶ୍ ସୁନାମ ଅର୍ଜନ କରିଛି । 'ହଂସଦୂତ'ର ରଚନାକାର ରୂପଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ପରମ ଅନୁଯାୟୀ ସନାତନ ଗୋସ୍ୱାମୀଙ୍କର ଅନୁଜ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପ ଗୋସ୍ୱାମୀ ।

  • Format: Trade Paperback
  • Author: Goswami, Rupa
  • ISBN: 9781645605294
  • Condition: New
  • Dimensions: 8.50 x 0.28
  • Number Of Pages: 118
  • Publication Year: 2024
Language: Oriya